କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:17-22
Oriya Bible: Easy-to-Read Version
ପ୍ରଭୁଭୋଜ
17 ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି। 18 ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ। 19 କେତେକାଂଶରେ ମୁଁ ଏହାକୁ ବିଶ୍ୱାସ କରେ। ତୁମ୍ଭମାନଙ୍କ ମଧ୍ୟରେ ମତଭେଦ ହେବା ଆବଶ୍ୟକ କାରଣ ଏହା ଦ୍ୱାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାଯିବ।
20 ଅତଏବ, ତୁମ୍ଭେମାନେ ଯେତେବେଳେ ମଣ୍ଡଳୀରେ ସମବେତ ହୁଅ, ତୁମ୍ଭେମାନେ ପ୍ରକୃତରେ ପ୍ରଭୁଭୋଜ [a] ପାଳନ କରି ନ ଥାଅ। 21 କାରଣ ତୁମ୍ଭେମାନେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କେହି କେହି ଯଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷରେ ଅନ୍ୟମାନେ ଅତ୍ୟଧିକ ଖାଇପିଇ ମାତାଲ ହୋଇଯା’ନ୍ତି। 22 ତୁମ୍ଭେମାନେ ନିଜ ନିଜର ଘରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ମଣ୍ଡଳୀର ଯେପରି ଗୁରୁତ୍ୱ ନାହିଁ, ଏହି କାର୍ଯ୍ୟରୁ ଜଣାପଡ଼େ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ’ଣ ବା କହିବି? ଏହି କାମ ପାଇଁ କ’ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି? ନା। ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।
Read full chapterFootnotes
- କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:20 ପ୍ରଭୁଭୋଜ ଏକ ବିଶେଷ ଭୋଜନ ଯାହା ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହିତ ମୃତ୍ୟୁପୂର୍ବରୁ ଖାଇଥିଲେ। ତାହାର ସ୍ମରଣାର୍ଥେ ପ୍ରଭୁଭୋଜ ମଣ୍ଡଳୀରେ ପାଳନ କରା ହୋଇଥାଏ। ଲୂକ 22:14-20
2010 by Bible League International