Add parallel Print Page Options

23 “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।

26 “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27 ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। 28 ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ।

Read full chapter